ଶ୍ରୀମନ୍ଦିରରେ ଉଭା ଅମାବାସ୍ୟା ସହିତ ରଥ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଉଭା ଅମାବାସ୍ୟା। ପ୍ରତ୍ୟେକ ଅମାବାସ୍ୟା ପରି ଏହି ଅମାବାସ୍ୟାରେ ନାରାୟଣ ମହୋଦଧିକୁ ବିଜେ କରିବେ ନାହିଁ।ମହାପ୍ରଭୁ ସୁସ୍ଥତା ଅନୁଭବ କରିବା ପରେ କେବଳ ବିନା ଭକ୍ତରେ ୩ଦିନ ଧରି ସେବାୟତମାନେ ଦର୍ଶନର ସୁଯୋଗ ପାଇବେ।

ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ରଥଦାଣ୍ଡ। ସୋମବାର ରଥଯାତ୍ରା ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପହଁଚିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୧ ତାରିଖ ରାତି ୮ ଟାରୁ ୧୩ ତାରିଖ ରାତି ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରୀ କରିଛନ୍ତି।ଆଜିଠାରୁ ପୁରୀରେ ଜରୁରୀ କାଳୀନ ସେବାପାଇଁ ଜାରି ହୋଇଛି ଟୋଲ ଫ୍ରୀ ନମ୍ବର ୧୮00୩୪୫୭୪୯୫।
ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ ପାଇଁ ଗତକାଲି ମୁମ୍ବାଇରୁ ଆସି ପହଁଚିଛି୧.୨ ଟନ ରୁପା। ରୁପା ଦ୍ଵାରରେ ଝଟକିବ ଶ୍ରୀମନ୍ଦିର।ପୁରୀର ନୀଳାଦ୍ରି ଭକ୍ତ ନିବାସରେ ଚାଲିଛି ଏବେ ୩ ଦ୍ୱାରର ନିର୍ମାଣ।

Comments are closed.