ରାଜସ୍ଥାନରେ ହଟିଲା ସପ୍ତାହାନ୍ତ କର୍ଫ୍ୟୁ, ଖୋଲିବ ସିନେମା ହଲ୍

ଜୟପୁର: କରୋନା ସଂକ୍ରମଣର କ୍ରମାଗତ ହ୍ରାସ ପାଉଥିବାରୁ ରାଜସ୍ଥାନ ସରକାର ରାଜ୍ୟରେ ଲାଗୁ ହୋଇଥିବା ସପ୍ତାହାନ୍ତ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସରକାର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ଆଉଟଡୋର୍ କ୍ରୀଡା କାର୍ଯ୍ୟକଳାପ, ରେଷ୍ଟୁରାଣ୍ଟଗୁଡିକୁ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି | ସଂକ୍ରମଣ ସ୍ତର କ୍ରମାଗତ ଭାବେ ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ଶନିବାର ରାତିରେ ତିନି ସ୍ତରୀୟ ଜନ-ଅନୁଶାସନ ନିର୍ଦ୍ଦେଶାବଳୀ ୪.୦ ଜାରି କରିଛି ଯାହା ଜୁଲାଇ ୧୧ରୁ କାର୍ଯ୍ୟକାରୀ ହେବ। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସିନେମା ହଲ୍ / ପ୍ରେକ୍ଷାଳୟ / ମଲ୍ଟିପ୍ଲେକ୍ସ ଅପରେଟର ଯେଉଁମାନେ ଅନଲାଇନରେ ସେମାନଙ୍କର ବସିବା କ୍ଷମତା ସୂଚନା ପ୍ରସ୍ତୁତ କରିଛନ୍ତି, କେବଳ ସକାଳ ୯ ଟାରୁ ରାତି ୮ଟା ପର୍ଯ୍ୟନ୍ତ ୫୦% କ୍ଷମତା ସହିତ ଖୋଲି ପାରିବେ । ତେବେ ଯେଉଁ ବ୍ୟକ୍ତି ଅତି କମରେ କରୋନା ଟିକାର ଗୋଟିଏ ଡୋଜ୍ ନେଇଛନ୍ତି ସେମାନଙ୍କୁ ହିଁ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ପ୍ରେକ୍ଷାଳୟରେ ପ୍ରବେଶ ଅନୁମତି ଦିଆଯିବ ।

Comments are closed.