ରଥଯାତ୍ରା ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଶୁଭେଚ୍ଛା

ଭୁବନେଶ୍ୱର – ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ନିଜ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ମାନବିକତାର ଉତ୍ତରଣ ଓ ଅଧ୍ୟାତ୍ମ ଅନ୍ୱେଷଣର ମାର୍ଗ ରହିଛି । ସମାଜରେ ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବର ପ୍ରତିଷ୍ଠାରେ ସହାୟକ ହେବ । କୋରୋନା ମହାମାରୀ ବିରୋଧରେ ମାନବଜାତିର ଲଢେଇରେ ବିଜୟ ପାଇଁ ମହାପ୍ରଭୁଙ୍କଠରେ ସେ ପ୍ରାର୍ଥନା କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

Comments are closed.