ଇଂଲଣ୍ଡର ସ୍ୱପ୍ନ ଧୂଳିସାତ, ଇଟାଲୀ ଜିତିଲା ୟୁରୋକପ୍ ଟାଇଟଲ

ଲଣ୍ଡନ- ଦୀର୍ଘ ୫୫ ବର୍ଷ ପରେ ପ୍ରଥମ ପ୍ରମୁଖ ଆନ୍ତର୍ଜାତିକ ଫୁଟବଲ୍ ଟୁର୍ଣ୍ଣାମେଂଟ ଜିତିବା ପାଇଁ ଇଂଲଣ୍ଡର ସ୍ୱପ୍ମ ଧୂଳିସାତ ହୋଇଛି । ପୁଣି ଥରେ ଇଂଲଣ୍ଡ ପାଇଁ ଯନ୍ତ୍ରଣାଦାୟକ ହୋଇଛି ପେନାଲଟି ସୁଟ୍ ଆଉଟ୍ । ପେନାଲଟି ସୁଟଆଉଟରେ ଇଂଲଣ୍ଡକୁ ୩-୨ ଗୋଲରେ ହରାଇ ୟୁରୋପର ନୂଆ ଚାମ୍ପିଅନ ହୋଇଛି ଇଟାଲୀ । ୟୁରୋକପ୍ ଫାଇନାଲରେ ନିର୍ଦ୍ଧାରିତ ଓ ଅତିରିକ୍ତ ସମୟର ଖେଳ ୧-୧ ଗୋଲରେ ସ୍ଥିର ରହିଲା ପରେ ପେନାଲଟି ସୁଟଆଉଟର ସହାୟତା ନିଆଯାଇଥିଲା । ଇଂଲଣ୍ଡର ତିନି ଜଣ ଖେଳାଳି ପେନାଲଟି ସଟ୍‌କୁ ଗୋଲରେ ପରିଣତ କରିପାରି ନ ଥିଲେ । ଇଟାଲୀ ୩-୨ ଗୋଲରେ ଜିତି ଦ୍ୱିତୀୟ ଥର ପାଇଁ ଜିତିଛି ମହାଦେଶୀୟ ଟାଇଟଲ୍ । ପୂର୍ବରୁ ଇଟାଲୀ ୧୯୬୮ ମସିହାରେ ଏହି ଟାଇଟଲ ଜିତିଥିଲା ।

Comments are closed.