କନ୍ଧମାଳ ଗୋଚ୍ଛାପଡାରେ ଗୁଳି ବିନିମୟ ଘଟଣା, ମାଓବାଦୀଙ୍କ ବ୍ୟବହୃତ ବହୁ ସାମଗ୍ରୀ ଜବତ

ଭୁବନେଶ୍ୱର- କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଥାନା ଅନ୍ତର୍ଗତ ଧୁବୁସରା ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ନେଇ ବିସ୍ତୃତ ସୂଚନା ଦିଆଯାଇଛି । ମାଓବାଦୀଙ୍କ ଉପସ୍ଥିତି ଥିବା ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଲା ପରେ ଏସଓଜି ଓ ଡିଭିଏଫ ପକ୍ଷରୁ ଗତ ୯ ତାରିଖରେ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା ।

ଜୁଲାଇ ୧୦ ତାରିଖରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବହୁ ଘଂଟା ଧରି ଗୁଳି ବିନିମୟ ହେଲା ପରେ ଘଂଚ ଜଙ୍ଗଲ ଓ ଦୁର୍ଗମ ଅଂଚଳର ସୁଯୋଗ ନେଇ ମାଓବାଦୀମାନେ ପଳାୟନ କରିଥିଲେ । ଗୁଳି ବିନିମୟରେ ଦୁଇ ଯବାନ ଆହତ ହୋଇଥିଲେ । କୋରାପୁଟ ଓ ମାଲକାନଗିରି ଗସ୍ତ ବାତିଲ କରି ଡିଜିପି ଅଭୟ ସେମାନଙ୍କୁ ହେଲିକପଟର ଯୋଗେ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ନେଇଥିଲେ । ଦୁଇ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗୁଳି ବିନିମୟ ଘଟିଥିବା ସ୍ଥାନରୁ ମାଓବାଦୀମାନେ ବ୍ୟବହାର କରୁଥିବା ଆଗ୍ନେୟାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏଥିମଧ୍ୟରେ ୧୨ ବୋର୍ ଦେଶୀ ବନ୍ଧୁକ, ୮ ଏମଏମ୍ ଦେଶୀ ବନ୍ଧୁକ, ମାଓ ୟୁନିଫର୍ମ, ସ୍ଲିପର, ସୋଲାର ପ୍ୟାନେଲ୍‌, ଛୋଟ ରେଡିଓ,ଛୋଟ ବ୍ୟାଟେରୀ, ୱାୟର, ମାଓ ସାହିତ୍ୟ ଆଦି ଉଦ୍ଧାର ହୋଇଛି ।

Comments are closed.