ଭାରତ-ଶ୍ରୀଲଙ୍କା ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଟାଇମିଂ ବଦଳିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ: ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରୁ ସବୁଜ ସଙ୍କେତ ମିଳିଛି। ଆଗାମୀ ସିରିଜ୍ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୋମବାର ବିସିସିଆଇ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ଅଭ୍ୟାସର ଏକ ଭିଡିଓ ସେୟାର କରିଛି। ଏଥିରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଭାରତ-ଶ୍ରୀଲଙ୍କା ଦିନିକିଆ ଓ ଟି-୨୦ ମ୍ୟାଚ୍‌ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ମ୍ୟାଚ୍ ଅପରାହ୍ନ ୩ଟାରୁ ଏବଂ ଟି-୨୦ ମ୍ୟାଚ୍ ରାତି ୮ଟାରୁ ଖେଳାଯିବ । ଏହାପୂର୍ବରୁ ଏହି ମ୍ୟାଚଗୁଡିକ ଅଧ ଘଣ୍ଟା ପୂର୍ବରୁ ଆରମ୍ଭ ହେବାର ଥିଲା | ଏହି ସିରିଜ୍ ପୂର୍ବରୁ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଶ୍ରୀଲଙ୍କା ଦଳରେ କରୋନା ମାମଲା ସାମ୍ନାକୁ ଆସିବା ପରେ ସିରିଜକୁ ପାଞ୍ଚ ଦିନ ଘୁଞ୍ଚାଇ ଦିଆଯାଇଛି । ଏହି ସିରିଜ ଏବେ ଜୁଲାଇ ୧୮ରୁ ଆରମ୍ଭ ହେବ ।

ଭାରତ ବିପକ୍ଷ ସିରିଜ ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତିନିଟି ଦଳ ପ୍ରସ୍ତୁତ କରିଛି। ଶ୍ରୀଲଙ୍କା ଦଳ ମଙ୍ଗଳବାର ଠାରୁ ଅଭ୍ୟାସ ଆରମ୍ଭ କରିବ। ସମ୍ପ୍ରତି ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ତଥା ଡାଟା ବିଶ୍ଳେଷକ କରୋନା ପଜିଟିଭ୍ ହୋଇଛନ୍ତି । ତେବେ ସୌଭାଗ୍ୟ ବଶତଃ ଇଂଲଣ୍ଡରୁ ଫେରିଥିବା ଦଳର ସବୁ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛ ।

Comments are closed.