କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଆଜି ହେଉଛି କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ । ଏହି ଅବସରରେ ଓଡିଶାର ଏହି ବରପୁତ୍ରଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଥିଲେ ଗୌରୀଶଙ୍କର ରାୟ । ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ଜରିଆରେ ଓଡିଆଙ୍କ ମଧ୍ୟରେ ନବଜାଗରଣ ସୃଷ୍ଟି ସହ ଓଡିଆ ଭାଷା-ସାହିତ୍ୟ ସୁରକ୍ଷା ଦିଗରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.