ନିଆଁରେ ପୋଡି ଗୁରୁତର ଥିବା ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି- ନିଆଁରେ ପୋଡି ହୋଇ ଗୁରୁତର ଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ପୋଲିସ କହିବା ଅନୁସାରେ ସୌମ୍ୟରଞ୍ଜନ ପତ୍ନୀଙ୍କ ସହ ଗତକାଲି ନିଜର ସରକାରୀ ବାସଭବନରେ ଥିଲେ । ରାତି ପ୍ରାୟ ୯ଟାବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଂଚିଥିଲେ । ଏହାପରେ ନିଆଁରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡି ହୋଇଯାଇଥିଲା ।

ପ୍ରାୟ ୬ ମାସ ତଳେ ବିବାହ କରିଥିଲେ ସୌମ୍ୟରଞ୍ଜନ । କାହିଁକି ଏପରି ଏକ ଘଟଣା ଘଟିଲା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.