ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ୧୮ ତାରିଖ ସୁଦ୍ଧା ଚୂଡାନ୍ତ ହେବ କେନ୍ଦ୍ର ଚୟନ ପ୍ରକ୍ରିୟା

କଟକ- ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ବୋର୍ଡ ପ୍ରସ୍ତୁତ ହେଉଛି । ଆସନ୍ତା ୧୪ ତାରିଖରେ ଅନଲାଇନ ଫର୍ମପୂରଣ ଶେଷ ହେବ । ଏହାପରେ ଏହିମାସ ୧୮ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୟନ ଚୂଡାନ୍ତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥିଲାଗି ବୋର୍ଡ ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଗାଇଡଲାଇନ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀମାନେ ଜିଲ୍ଲାସ୍ତରରେ କେନ୍ଦ୍ର ଚୟନ କରି ତାଲିକା ବୋର୍ଡ ଅଫିସକୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅତିକମରେ ୧୦୦ ପରୀକ୍ଷାର୍ଥୀଙ୍କୁ ନେଇ ଗୋଟିଏ କେନ୍ଦ୍ର କରାଯିବ । ବିଦ୍ୟାଳୟ ଭିତ୍ତିଭୂମି ଭଲ ଥିଲେ ଶହେରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ମଧ୍ୟ କେନ୍ଦ୍ର ହୋଇପାରିବ ବୋଲି ବୋର୍ଡ କହିଛି । ୧୮ ତାରିଖ ସୁଦ୍ଧା କେନ୍ଦ୍ର ଚୟନ ପ୍ରକ୍ରିୟା ଶେଷ ହେଲେ ଉକ୍ତ କେନ୍ଦ୍ରଗୁଡିକରେ ୨୮ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ଓ ଓଏମଆର୍ ସିଟ୍ ବୋର୍ଡ ଅଫିସ ପକ୍ଷରୁ ପହଂଚାଇ ଦିଆଯିବ ।

ମ୍ୟାଟ୍ରିକ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ଇଂପ୍ରୁଭମେଂଟ ପରୀକ୍ଷା ଆସନ୍ତା ୩୦ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ ।

Comments are closed.