ଆସନ୍ତା ୧୫ରୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପ୍ରତିଦିନ ଚାଲିବ

ଭୁବନେଶ୍ୱର- ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ । କୋଭିଡ କଟକଣା ଯୋଗୁଁ ୭ଟି ଟ୍ରେନର ଚଳାଚଳକୁ ବାତିଲ କରାଯାଇଛି । ଆଉ ୩ଟି ଟ୍ରେନ ଶନିବାର ଓ ରବିବାର ଚଳାଚଳ କରିବ ନାହିଁ ।

ଭୁବନେଶ୍ୱର-ଭଦ୍ରକ ସ୍ୱତନ୍ତ୍ର ଟ୍ରେନ, କଟକ-ଭଦ୍ରକ ସ୍ୱତନ୍ତ୍ର ଟ୍ରେନ, କଟକ-ପାରାଦୀପ ସ୍ୱତନ୍ତ୍ର ଟ୍ରେନ ଆସନ୍ତା ୧୫ରୁ ଅଗଷ୍ଟ ପହିଲା ଯାଏ ବାତିଲ ହେବ । ସେହିପରି ଭୁବନେଶ୍ୱର-ବଲାଙ୍ଗିର ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-କେନ୍ଦୁଝରଗଡ ସ୍ୱତନ୍ତ୍ର ଟ୍ରେନ ୧୫ରୁ ୧୯ ତାରିଖ ଯାଏଁ ବାତିଲ ହେବ । ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ୨୪ରୁ ଅଗଷ୍ଟ ପହିଲା ଯାଏ ବାତିଲ ହେବ । ୧୭ ଜୁଲାଇରୁ ୧ ଅଗଷ୍ଟ ଯାଏଁ ଭୁବନେଶ୍ୱର-ପଲାସା ଓ ଭୁବନେଶ୍ୱର ବାଙ୍ଗିରିପୋଷି ଶନିବାର ଓ ରବିବାର ବାତିଲ କରାଯିବ । ପୁରୀ-ଅନୁଗୁଲ ସ୍ୱତନ୍ତ୍ର ଟ୍ରେନ ଶନିବାର ଓ ରବିବାର ଆଂଶିକ ବାତିଲ କରାଯିବ ।

Comments are closed.