ଭୁଶୁଡ଼ି ପଡ଼ିଲା ହୋଟେଲ୍, ୧୭ ମୃତ

ବେଜିଂ: ଚାଇନାର ସାଂଘାଇ ନିକଟ ସୁଜୁ ସହରରେ ଏକ ହୋଟେଲ ଭୁଶୁଡ଼ି ପଡିବାରୁ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ୩୬ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଧ୍ବଂସାବଶେଷରୁ ମୃତଦେହ ସହିତ ସହିତ ଆଉ ୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

ଗ୍ଲୋବାଲ ଟାଇମ୍ସ ଖବରକାଗଜ ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ହୋଟେଲର ମାଲିକ ନିକଟରେ ବିଲ୍ଡିଂର ଢାଞ୍ଚାରେ ପରିବର୍ତ୍ତନ କରିଥିଲେ । ହୋଟେଲ ଭୁଶୁଡ଼ିବା ପଛରେ ଏହା ମୁଖ୍ୟ କାରଣ ହୋଇପାରେ । ଜିଆଙ୍ଗସୁ ପ୍ରଦେଶରେ ଅବସ୍ଥିତ ଏହି ହୋଟେଲ ଢାଞ୍ଚାରେ ନିକଟ ଅତୀତରେ ଅନେକ ଥର ପରିବର୍ତ୍ତନ କରାଯାଇଥିଲା।
ରେଡ ଷ୍ଟାର ନ୍ୟୁଜକୁ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି – ହୋଟେଲ୍ ପୂର୍ବରୁ ତିନି ମହଲା ଥିଲା, କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଏଥିରେ ଅଧିକ ଫ୍ଲୋର୍ ଯୋଡିଥିଲେ।

ସୋମବାର ସ୍ଥାନୀୟ ସମୟ ଅପରାହ୍ନ ୩.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଉଦ୍ଧାର ହୋଇଥିବା ୬ ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ଅବସ୍ଥା ସ୍ଥିର ରହିଛି। ଷଷ୍ଠ ବ୍ୟକ୍ତି ଆହତ ହୋଇନାହାଁନ୍ତି। ପୂର୍ବରୁ ଚାଇନାରେ ଏପରି ଅନେକ ଘଟଣା ଘଟିଛି, ଯେଉଁଥିପାଇଁ ଖରାପ ନିର୍ମାଣ କାର୍ଯ୍ୟକୁ ଦାୟୀ କରାଯାଇଛି ।

Comments are closed.