ମମତାଙ୍କ ଆବେଦନ ଉପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ହାଇକୋର୍ଟଙ୍କ ନୋଟିସ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ଵାରା ଦାଖଲ ଆବେଦନ ଉପରେ କଲିକତା ହାଇକୋର୍ଟ ବୁଧବାର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଏଥିରେ ୨୦୨୧ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରାଯାଇଥିଲା।

କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶମ୍ପା ସରକାର ମମତାଙ୍କ ଆବେଦନର ଶୁଣାଣି ବେଳେ ନିର୍ବାଚନ ସହ ଜଡିତ ସମସ୍ତ ଦଲିଲ, କାଗଜପତ୍ର, ଉପକରଣ, ଭିଡିଓ ରେକର୍ଡିଂ ଇତ୍ୟାଦି ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ସହ ସିଇଓ ଏବଂ ନିର୍ବାଚନ ଆୟୋଗଙ୍କୁ ଏହି ପ୍ରସଙ୍ଗରେ ପକ୍ଷଭୁକ୍ତ କରାଯାଇଛି ।

ଏପ୍ରିଲ୍-ମେ’ରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀ ନନ୍ଦୀଗ୍ରାମରେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଦୁଇ ହଜାରରୁ କମ୍ ଭୋଟରେ ପରାସ୍ତ ହୋଇଥିଲେ। ମମତା ବାନାର୍ଜୀ ତାଙ୍କ ପରାଜୟ ସ୍ବୀକାର କରିଥିଲେ ବି ପରେ କହିଥିଲେ ଯେ ନିର୍ବାଚନ ଫଳାଫଳକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ । ନନ୍ଦିଗ୍ରାମ ରେ ଭୋଟ୍ ଗଣନାରେ ଜାଲିଆତି ହୋଇଥିବା ମମତା ଅଭିଯୋଗ କରିଥିଲେ ।

Comments are closed.