କରୋନା ଅପଡେଟ୍: ଦୈନିକ ସଂକ୍ରମଣ ପୁଣି ୪୦ ହଜାର ଉପରେ, ଆଉ ୫୮୧ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ କମିବା ପରେ ପୁଣି ଥରେ ନୂଆ ମାମଲା ୪୦ ହଜାର ଅତିକ୍ରମ କରିଛି। ଗୁରୁବାର ୪୧,୮୦୬ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ୪୧ ହଜାରରୁ ଉର୍ଦ୍ଧ୍ବ ନୂଆ ମାମଲା ଆସିଥିବା ବେଳେ, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଏହାଠାରୁ କମ୍ ରହିଛି। ୨୪ ଘଣ୍ଟା ମଧ୍ୟରେ ୩୯,୧୩୦ ​​ଲୋକ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଦେଶରେ କରୋନାର ସକ୍ରିୟ ମାମଲା ୪,୩୧,୦୪୧ ରହିଛି | ଦେଶରେ କରୋନା ଯୋଗୁଁ ଏଯାବତ୍ ୪,୧୧,୯୮୯ ଜଣଙ୍କର ମୃତ୍ୟୁ ହୋଇଛି। ଦିନକରେ ଏହି ମହାମାରୀ ଆଉ ୫୮୧ ଜଣଙ୍କ ମୁଣ୍ଡ ନେଇଛି |

 

କରୋନାରୁ ଆରୋଗ୍ୟ ହାର ୯୭.୨୮%କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ସାପ୍ତାହିକ ପଜିଟିଭିଟି ହାର ମଧ୍ୟ ୨.୨୧ ପ୍ରତିଶତରୁ କମ୍ ରହିଛି | କିନ୍ତୁ ନୂଆ ମାମଲାରେ ବୃଦ୍ଧି ତୃତୀୟ ଲହରୀ ଆଶଙ୍କାକୁ ବଢାଇ ଦେଇଛି। ମହାରାଷ୍ଟ୍ର, କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ନୂଆ ମାମଲା ବ ବଢୁଛି। ଗୃହ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରି କହିଛି ଯ, ଯେଉଁ ଅଞ୍ଚଳରେ ସଂକ୍ରମଣ ବଢୁଛି, ସେହି ସ୍ଥାନରେ ଲକ୍-ଡାଉନ୍ ଲଗାଇବାକୁ ମଧ୍ୟ ବିଚାର କରାଯାଇପାରେ |

Comments are closed.