ଦରଦାମ ବୃୃଦ୍ଧି ପ୍ରତିବାଦରେ ରାଜ୍ୟରେ ବାମଦଳ ପକ୍ଷରୁ ୬ ଘଂଟିଆ ବନ୍ଦ ପାଳନର ମିଶ୍ର ପ୍ରଭାବ

ଭୁବନେଶ୍ୱର- ତୈଳ ଓ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ୬ ଘଂଟିଆ ବନ୍ଦ ପାଳନ କରାଯାଇଛି । ରାଜ୍ୟରେ ବନ୍ଦ ପାଳନର ମିଶ୍ର ପ୍ରଭାବ ରହିଛି । ବାମଦଳର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିଲା । ଆନ୍ଦୋଳନାରୀମାନେ କେତେକ ସ୍ଥାନରେ ରାସ୍ତାରୋକ କରିଥିଲେ । କିଛି ଷ୍ଟେସନରେ ଟ୍ରେନ ଅଟକାଇଥିଲେ । କାଁ ଭାଁ କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା । ଅନେକ ସ୍ଥାନରେ ବାମଦଳ ଓ ଏହାର ସମର୍ଥିତ ସଂଗଠନ ପକ୍ଷରୁ ସରକାର ବିରୋଧୀ ବିକ୍ଷୋଭ କରାଯାଇଛି । ଲୋକେ ପେଟ୍ରୋଲ, ଡିଜେଲ ନ କିଣିବାକୁ ବାମଦଳ ଲୋକଙ୍କୁ କହିଛି ।

Comments are closed.