ମନି ଲଣ୍ଡ୍ରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ଅନିଲ ଦେଶମୁଖଙ୍କ ୪.୨୦ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଅନିଲ ଦେଶମୁଖ ଏବଂ ତାଙ୍କ ପରିବାରର ୪.୨୦ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିଛି | ଇଡିର ଜଣେ ଅଧିକାରୀ କହିଛନ୍ତି ଯେ ମନି ଲଣ୍ଡ୍ରିଂ ଆଇନ ଅଧୀନରେ ସମ୍ପତ୍ତି ବାଜ୍ୟାପ୍ତ ନେଇ ପ୍ରାଥମିକ ଆଦେଶ ଜାରି କରାଯାଇଛି। ପଚରାଉଚରା ପାଇଁ ଅତି କମରେ ତିନିଟି ସମନ ପଠାଯାଇଥିଲେ ମଧ୍ୟ ଦେଶମୁଖ ଇଡି ଆଗରେ ହାଜର ହୋଇନଥିଲେ।

ଇଡି ଦେଶମୁଖଙ୍କ ପୁଅ ଋଷିକେଶ ଏବଂ ପତ୍ନୀଙ୍କୁ ମଧ୍ୟ ଡକାଇଥିଲା କିନ୍ତୁ ସେମାନେ ମଧ୍ୟ ନିଜ ବୟାନ ରେକର୍ଡ କରିବାକୁ ମନା କରିଦେଇଥିଲେ। ମହାରାଷ୍ଟ୍ର ପୋଲିସ ସହ ଜଡିତ ୧୦୦ କୋଟି ଟଙ୍କା ଲାଞ୍ଚ ଏବଂ ବଟି ଆଦାୟ ମାମଲାରେ ପିଏମ୍ଏଲ୍ଏ ଅଧୀନରେ ପଞ୍ଜୀକୃତ ହୋଇଥିବା ମାମଲାରେ ଦେଶମୁଖଙ୍କୁ ସମନ ଜାରି କରାଯାଇଥିଲା। ଏହି ମାମଲା ଯୋଗୁଁ ଦେଶମୁଖଙ୍କୁ ଚଳିତ ବର୍ଷ ଏପ୍ରିଲରେ ଇସ୍ତଫା ଦେବାକୁ ପଡିଥିଲା।

Comments are closed.