ଏକାଥରକେ ୧୫ ନାଗ ଛୁଆ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ କୂଅରୁ ଏକାଥରକେ ଉଦ୍ଧାର ହେଲେ ୧୫ ନାଗ ସାପ ଛୁଆ। ଘଟଣା ଘଟିଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗଣେଶ ନଗର ଅଞ୍ଚଳରେ। ଗଣେଶ ନଗରରେ ରୁହନ୍ତି ପ୍ରଶାନ୍ତ କୁମାର ଦାସ। ତାଙ୍କ ଘର ବଗିଚାରେ ଏକ କୂଅ ରହିଛି। ପ୍ରଶାନ୍ତଙ୍କ ପତ୍ନୀ ପ୍ରତିଦିନ ବଗିଚାରୁ ତୁଳସୀ ପତ୍ର ଆଣି ଘରେ ପୂଜା କରନ୍ତି। ଶନିବାର ସକାଳେ ସେ ବଗିଚାକୁ ଯିବା ସମୟରେ କୂଅରେ କିଛି ଭାସୁଥିବାର ଦେଖିଥିଲେ। ଏହାପରେ ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଭ୍ୟ ସ୍ୱାଧୀନ ସାହୁ, ସନ୍ଦୀପ ସେଠି ଏବଂ ଶ୍ରୀକାନ୍ତ ନାହାକ ସେଠାରେ ପହଞ୍ଚି ଘଣ୍ଟାଏ କାଳ ପରିଶ୍ରମ କରି ୧୫ ଗୋଟି ନାଗ ସାପ ଛୁଆକୁ ଉଦ୍ଧାର କରିଥିଲେ। ଏହା ପରେ ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ସହର ଉପକଣ୍ଠ ଜଙ୍ଗଲରେ ସାପଗୁଡିକୁ ଛଡାଯାଇଛି।

Comments are closed.