ରାଜ୍ୟରେ ୨ ହଜାର ୨୧୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୁଇ ହଜାର ଉପରେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୨ ହଜାର ୨୧୫ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୨୭୨ ଏବଂ ସ୍ଥାନୀୟ ଅଂଚଳରୁ ୯୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩, କଟକରୁ ୩୪୮, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ମୟୂରଭଞ୍ଜରୁ ୯୯, କେନ୍ଦ୍ରାପଡାରୁ ୯୫, ଅନୁଗୁଳରୁ ୮୯, ପୁରୀରୁ ୮୪, ଭଦ୍ରକରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୬୯, ଢେଙ୍କାନାଳରୁ ୫୪, ସୁନ୍ଦରଗଡରୁ ୪୩, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୪୧, ରାୟଗଡାରୁ ୨୯, ମାଲକାନଗିରିରୁ ୨୫, ବଲାଙ୍ଗିରରୁ ୧୮, ଗଜପତିରୁ ୧୭, ବୌଦ୍ଧରୁ ୧୬, ବରଗଡରୁ ୧୪, କନ୍ଧମାଳରୁ ୧୪, ଗଞ୍ଜାମରୁ ୧୨, କୋରାପୁଟରୁ ୧୦, ସୋନପୁରରୁ ୧୦, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୫, ନୂଆପଡାରୁ ୫, ନବରଙ୍ଗପୁରରୁ ୪, ଦେବଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏ ଯାଏ ମୋଟ ୯ ଲକ୍ଷ ୫୪ ହଜାର ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୭ ହଜାର ୯୨୬ । ୨୧ ହଜାର ୨୮୯ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.