କରୋନା ଅପଡେଟ୍‌: ଦୁଇ ଦିନ ପରେ ପୁଣି ୪୦ ହଜାର ଉପରେ ଦୈନିକ ସଂକ୍ରମଣ, ଆଉ ୫୧୮ ମୃତ

ନୂଆଦିଲ୍ଲୀ:ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଦୁଇ ଦିନ ପରେ ଦୈନିକ ସଂକ୍ରମଣ ପୁଣି ୪୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧,୧୫୭ ନୂଆ ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ମହାମାରୀରେ ୫୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆଶ୍ୱସ୍ତିକର ବିଷୟ ହେଉଛି ଏହି ରୋଗରୁ ଆଉ ୪୨,୦୦୪ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ମୋଟ କରୋନା ମାମଲା ୩ କୋଟି ୧୧ ଲକ୍ଷ ୬ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏଯାବତ୍ ୪ ଲକ୍ଷ ୧୩ ହଜାର ୬୦୯ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଥିବା ବେଳେ ୩ କୋଟି ୨ ଲକ୍ଷ ୬୯ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୪ ଲକ୍ଷ ୨୨ ହଜାର ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଦେଶରେ ଏବେ ମୋଟ ୪୦ କୋଟି ୪୯ ଲକ୍ଷ ୩୧ହଜାର କରୋନା ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୫୧ ଲକ୍ଷ ୧ ହଜାର ଟିକା ଡୋଜ୍ ଦିଆଯାଇଥିଲା । ଆଇସିଏମ୍‌ଆର ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏଯାବତ୍ ୪୪ କୋଟି ୩୯ ଲକ୍ଷ କରୋନା ଟେଷ୍ଟ କରାଯାଇଛି । ଗତ ଦିନରେ ୧୯.୩୬ ନମୁନା ପରୀକ୍ଷା କରାଯାଇଥିଲା ।

Comments are closed.