କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

କଟକ-୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଓ ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ୫-ଟି ସଚିବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧ ଦଶମିକ ୫୫ କିଲୋମିଟର ଲମ୍ବ ନବୀକରଣ କାମ ଶେଷ ହୋଇଛି । କେନାଲର ଉଭୟ ପାଶ୍ୱର୍ ଜାତୀୟ ରାଜପଥ ଯାଏଁ ୩ ଦଶମିକ ୫୫ କିଲୋମିଟର ଯାଏଁ ନବୀକରଣ କରାଯିବ ।

କଟକ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଛନ୍ତି ୫-ଟି ସଚିବ ପାଣ୍ଡିଆନ୍ । ପାଣ୍ଡିଆନଙ୍କ ସହ ଏହି ଗସ୍ତରେ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍‌. ଭିନିଲକ୍ରିଷ୍ଣା, ଆରଡିସି, ସିଏମସି କମିଶନର ଅନନ୍ୟା ଦାସ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.