ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ବାଲେଶ୍ୱର ଖଇରାରେ ପରିବାର ସଦସ୍ୟଙ୍କୁ ପଚରାଉଚୁରା କଲା ପାରଳା ପୋଲିସ

ବାଲେଶ୍ୱର- ଗଜପତି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପାରଳାଖେମୁଣ୍ଡି ପୋଲିସ ଟିମ୍ ସୌମ୍ୟଙ୍କ ଖଇରା ସ୍ଥିତ ଘର ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି । ୩ ଘଂଟା ୪୫ ମିନିଟ ଧରି ପୋଲିସ ଟିମ୍ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ । ସୌମ୍ୟଙ୍କ ପରିବାର ସଦସ୍ୟ ଓ ମାମୁ ମାଇଁଙ୍କ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ । ସେମାନେ ମାମଲା ସଂପର୍କିତ ସବୁ ରିପୋର୍ଟ ଦେଇଛନ୍ତି । ସୌମ୍ୟ-ବିଦ୍ୟାଭାରତୀ କଂଟ୍ରାକ୍ଟ ବିବାହ କରିଥିବା କୁହାଯାଉଛି । ସେମାନଙ୍କ ଚୁକ୍ତି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ଆଇଆଇସି କହିଛନ୍ତି ।

ଏଣେ ଏହି ଘଟଣାରେ ଗରାବନ୍ଧ ଆଇଆଇସି ମମତା ପଣ୍ଡାଙ୍କ ସଂପୃକ୍ତି ଅଭିଯୋଗ ହୋଇଛି । ଆଇଆଇସି ମମତା ପଣ୍ଡା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭାଉଜ । ଘଟଣାଦିନ ରାସ୍ତାରେ ପ୍ରାୟ ଘଂଟାଏ କାଳ ଆମ୍ବୁଲାନ୍ସକୁ ମମତା ଅଟକାଇଥିଲେ ବୋଲି ଅଭିଯୋଗ ହୋଇଛି । ସୌମ୍ୟଙ୍କ ବାପା ମମତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।

Comments are closed.