କୋରୋନାରେ ମୃତ ୧୭ ସାମ୍ବାଦିକଙ୍କ ପରିବାରଙ୍କ ପାଇଁ ୨. ୫୫ କୋଟି ଟଙ୍କାର ଅନୁକଂପାମୂଳକ ସହାୟତା

ଭୁବନେଶ୍ୱର- କୋରୋନାରେ ପ୍ରାଣ ହରାଇଥିବା ୧୭ ସାମ୍ବାଦିକଙ୍କ ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରାଯାଇଛି । ମୃତ ସାମ୍ବାଦିକଙ୍କ ପରିବାକୁ ଅନୁକଂପାମୂଳକ ସହାୟତା ଭାବେ ୧୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । କୋରୋନାରେ ପ୍ରାଣ ହରାଇଥିବା ଖୋର୍ଦ୍ଧା ଜିଲ୍ଲାର ୪, ଗଞ୍ଜାମର ୭, ବଲାଙ୍ଗିରର ୩, ଯାଜପୁରର ୨ ଓ କଳାହାଣ୍ଡିର ଜଣେ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ଅନୁକଂପାମୂଳକ ସହାୟତା ଦିଆଯାଇଛି ।

Comments are closed.