ଦୁଇ ହଜାର ତଳେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଦୁଇ ହଜାର ତଳେ ହିଁ ରହିଛି । ଚିହ୍ନଟ ହୋଇଛନ୍ତି ଆଉ ୧ ହଜାର ୮୬୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୨ ଏବଂ ସ୍ଥାନୀୟ ଅଂଚଳରୁ ୭୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬, କଟକରୁ ୨୨୧, ବାଲେଶ୍ୱରରୁ ୧୧୪, ଯାଜପୁରରୁ ୧୦୭, ଜଗତସିଂହପୁରରୁ ୮୯, ଢେଙ୍କାନାଳରୁ ୮୪, ଅନୁଗୁଳରୁ ୬୯, ନୟାଗଡରୁ ୬୬, ଭଦ୍ରକରୁ ୬୫, ପୁରୀ ଓ କେନ୍ଦ୍ରାପଡାରେ ୫୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୭,ସୁନ୍ଦରଗଡରୁ ୫୬, କେନ୍ଦୁଝରରରୁ ୪୪, ସମ୍ବଲପୁରରୁ ୩୪, ରାୟଗଡାରୁ ୨୪, ବରଗଡରୁ ୨୪, କନ୍ଧମାଳରୁ ୧୬, ଗଞ୍ଜାମରୁ ୧୨, ମାଲକାନଗିରିରୁ ୧୨, ଝାରସୁଗୁଡାରୁ ୮, ନୂଆପଡାରୁୁ ୯, କୋରାପୁଟରୁ ୭, ସୋନପୁରରୁ ୬, ଦେବଗଡରୁ ୬, ବଲାଙ୍ଗିରରୁ ୫, ବୌଦ୍ଧରୁ ୩, ଗଜପତିରୁ ୩, ନବରଙ୍ଗପୁରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଏ ଯାଏ ୯ ଲକ୍ଷ ୬୫ ହଜାର ୭୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୧ ହଜାର ୨୦୪ । ୧୯ ହଜାର ୧୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.