ଏସିଏଫ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସ | News Room Odisha

ଏସିଏଫ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସ

ବଲାଙ୍ଗିର: ଏସିଏଫ ସୋମ୍ୟରଞ୍ଜନ ମୃତ୍ୟ ମାମଲାରେ ବଲାଙ୍ଗୀର ଲିଙ୍କର ତନାଘନା ଆରମ୍ଭ ! ଏହାର ତଦନ୍ତ ପାଇଁ ବଲାଙ୍ଗୀରକୁ ପାରଳାଖେମୁଣ୍ଡି ପୁଲିସ ପହଞ୍ଚିଛି। ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ଗତକାଲି ବିଳମ୍ବିତ ରାତିରେ ପହଞ୍ଚି ଆଜି ସକାଳୁ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦଳ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ କେନ୍ଦ୍ରର ଡେପୁଟି ଡ଼ାଇରେକ୍ଟର ହେମନ୍ତ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ବି ଜେରାରର ସମ୍ମୁଖୀନ ହେବେ ବୋଲି ଜଣାପଡିଛି ।

ସୋମ୍ୟରଂଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ବଲାଙ୍ଗିରରେ ଟ୍ରେନିଂ ନେଉଥିଲେ ଏବଂ ଲକଡାଉନ ପରେ ଗତ ଏପ୍ରିଲ ମାସରେ ବଲାଙ୍ଗିରକୁ ଏକୁଟିଆ କାରରେ ଆସିଥିବାରୁ ସନ୍ଦେହ ବଢିଥିଲା । ଏହାର ତଦନ୍ତ ପାଇଁ ପୁଲିସ ଟିମ ଆଜି ବଲାଙ୍ଗିର ପହଁଚି ଟାଉନ ଥାନାରେ ଅଛି । ପ୍ରଥମେ ଏହି ତଦନ୍ତକାରୀ ଦଳ ପ୍ରଶିକ୍ଷଣ କେନ୍ଦ୍ରରେ ପୁଲିସ ଟିମ ପହଁଚି ଅଧ୍ୟକ୍ଷ ଡା ହେମନ୍ତ କୁମାର ପ୍ରଧାନଙ୍କୁ ପଚରାଉଚରା କରୁଛନ୍ତି ।