ଜାପାନର ୧୩ ବର୍ଷୀୟା ନିଶିୟା ମୋମୋଜି ରଚିଲେ ଇତିହାସ, ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାରେ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଟୋକିଓ: ଜାପାନର ୧୩ ବର୍ଷୀୟା ଆଥଲେଟ୍ ନିଶିୟା ମୋମୋଜି ଟୋକିଓ ଅଲିମ୍ପିକ୍ସର ସ୍କେଟ୍ ବୋର୍ଡିଂ ପ୍ରତିଯୋଗିତାର ମହିଳା ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି | ଅଲିମ୍ପିକ୍ସ ଇତିହାସରେ ସ୍ବର୍ଣ୍ଣ ଜିତିବାରେ ମଧ୍ୟ ସେ ସର୍ବକନିଷ୍ଠ ଆଥଲେଟ୍ ମାନଙ୍କ ମଧ୍ୟରୁ ଜଣେ । ଅଲିମ୍ପିକ୍ ଇତିହାସର ସବୁଠାରୁ କନିଷ୍ଠ ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ଆମେରିକୀୟ ଡାଇଭର ମାର୍ଜୋରୀ ଗେଷ୍ଟ୍ରିଙ୍ଗଙ୍କ ନାମରେ ରହିଛି। ସେ ୧୯୩୬ ଅଲିମ୍ପିକ୍ ଗେମ୍ସରେ ୧୩ ବର୍ଷ ୨୬୮ ଦିନ ବୟସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ସ୍କେଟ୍ ବୋର୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ନିସିଆ ମଧ୍ୟ ପ୍ରଥମ ଖେଳାଳି । ଏହି କ୍ରୀଡ଼ା ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସାମିଲ କରାଯାଇଛି ।

ନିଶିଆ ୧୩ ବର୍ଷ ୩୩୦ ଦିନ ବୟସରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିବାର ବିରଳ କୃତିତ୍ୱ ହାସଲ କରିଛନ୍ତି | ସେ ୧୫.୨୬ ସ୍କୋର ସହିତ ଏହି ଟାଇଟଲ୍ ଜିତିଥିଲେ | ବ୍ରାଜିଲର ୧୩ ବର୍ଷୀୟ ରିସା ଲିଲ୍ ୧୪.୬୪ ସ୍କୋର ସହିତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି | ଜାପାନର ୧୬ ବର୍ଷୀୟ ଫୁନା ନାକାୟାମା ୧୪.୪୯ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି |

Comments are closed.