ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥ

ବେଙ୍ଗଳୁରୁ – ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବେଙ୍ଗଳୁରୁରେ ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବୋମାଇ ନେତା ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଅପରାହ୍ନ ୩ଟା ୨୦ ମିନିଟରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବି.ଏସ ୟେଦିୟୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଇସ୍ତଫା ଦେଇଥିଲେ । ୟେଦିୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ବାସବରାଜ ଗୃହ ଓ ଆଇନ ମନ୍ତ୍ରୀ ଥିଲେ । ବାସବରାଜ କର୍ଣ୍ଣାଟକର ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ପ୍ରତିନିଧିତ୍ୱ କରନ୍ତି । ରାଜ୍ୟ ରାଜନୀତିରେ ଲିଙ୍ଗାୟତମାନଙ୍କ ଭୋଟ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୟେଦିୟୁରପ୍ପା ମଧ୍ୟ ଜଣେ ଲିଙ୍ଗାୟତ ଥିଲେ । ଲିଙ୍ଗାୟତ ସଂପ୍ରଦାୟକୁ ଅସନ୍ତୁଷ୍ଟ ନ କରିବାକୁ ବାସବରାଜଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ପୂର୍ବରୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Comments are closed.