କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ

ବେଙ୍ଗଳୁରୁ – ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ, ବୋମାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ରାଜ୍ୟରେ ବିଜେପି ସରକାରର ନେତୃତ୍ୱ ନେବା ଦୌଡରେ ବାସବରାଜ ବୋମାଇ ଆଗରେ ଥିଲେ । ମଙ୍ଗଳବାର ବାସବରାଜ, ବିଜେପି ବିଧାୟକ ଦଳର ନୂଆ ନେତା ନିର୍ବାଚିତ ହୋଇଥିଲେ । ସେ ୟେଦିୟୁରପ୍ପାଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା । ୟେଦିୟୁରପ୍ପାଙ୍କ ସରକାରରେ ସେ ଗୃହ ମନ୍ତ୍ରୀ ଥିଲେ । ୭୮ ବର୍ଷିୟ ବାସବରାଜ ହେଉଛନ୍ତି ଜଣେ ଲିଙ୍ଗାୟତ । କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ସଂପ୍ରଦାୟର ପ୍ରଭାବ ରହିଛି । ଖୋଦ୍ ୟେଦିୟୁରପ୍ପା ମଧ୍ୟ ଲିଙ୍ଗାୟତ ସଂପ୍ରଦାୟର ଥିଲେ । ସେ ମଧ୍ୟ ବାସବରାଜ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଚାହୁଁଥିଲେ ବୋଲି ଜଣାପଡିଛି ।

ନୂଆ ମୁଖ୍ୟମନ୍ତ୍ରୀ ବାସବରାଜଙ୍କ ପିତା ଏସ. ଆର ବୋମାଇ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଏସ.ଆର ବୋମାଇ ତତ୍କାଳୀନ ଜନତା ଦଳର ଜଣେ ଟାଣୁଆ ନେତା ଥିଲେ ।

Comments are closed.