ଭାରତରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦୁଇ ଦିନିଆ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ଆଣ୍ଟୋନି ବ୍ଲିଙ୍କେନ୍ କିଛି ସମୟ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଏଥି ସହିତ ବ୍ଲିଙ୍କେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ଭେଟିବେ।

ବାଇଡେନ ରାଷ୍ଟ୍ରପତି ହେବା ପରେ ଆଣ୍ଟୋନି ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି। ବ୍ଲିଙ୍କେନଙ୍କ ସହ ସାକ୍ଷାତକାରରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ସହ ପାକିସ୍ତାନ ଦ୍ୱାରା ସୀମାରେ ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ ଉଠାଇପାରେ ଭାରତ। ଅଗଷ୍ଟରେ ପାକିସ୍ତାନର ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଆମେରିକା ଗସ୍ତରେ ଯିବାକୁ ଥିବା ବେଳେ ବ୍ଲିଙ୍କେନଙ୍କ ଏହି ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।

Comments are closed.