ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର- ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମେଡିକାଲ କଲେଜ ସହ ନର୍ସିଂ, ଫାର୍ମାସୀ, ଫିଜିଓଥେରାପି କଲେଜ କୋଭିଡ କଟକଣା ମଧ୍ୟରେ ଖୋଲିବ । ଡିଏମଇଟିଙ୍କୁ ଗାଇଡଲାଇନ ନେଇ ଅବଗତ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ । ପୂର୍ବପରି ଏହି ସମସ୍ତ କଲେଜରେ ଥିଓରୀ କ୍ଲାସ ଅନଲାଇନ ହେବ । ୫୦ ପ୍ରତିଶତ ପିଲାଙ୍କୁ ନେଇ ପ୍ରାକ୍ଟିକାଲ ଓ କ୍ଲିନିକାଲ୍ କ୍ଲାସ ହେବ । କଲେଜକୁ ଆସିବା ଲାଗି ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ କରାଯାଇଛି ।

Comments are closed.