ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୬ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୫ ହଜାର ୮୩୪କୁ ବୃଦ୍ଧି ହୋଇଛି । ସୁନ୍ଦରଗଡ ଜିଲ୍ଲାରୁ ୧୧, କଟକରୁ ୧୦, ଖୋର୍ଦ୍ଧାରୁ ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୬, ଯାଜପୁରରୁ ୫ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ,ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ବାଲେଶ୍ୱର, ଝାରସୁଗୁଡା, କେନ୍ଦ୍ରାପଡା, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଦେବଗଡ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.