ଖରାପ ଟାଇମିଂ ସହ ପ୍ରଥମ ରାଉଣ୍ଡରେ ହିଁ ଅଲିମ୍ପିକ୍ସ ୧୦୦ ମିଟରରୁ ଦୂତି ବିଦା

ଟୋକିଓ- ପୁଣି ଥରେ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ନିରାଶାଜନକ ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ମିଟର ଦୌଡରୁ ଶୀଘ୍ର ବିଦାୟ ନେଇଛନ୍ତି ଓଡିଶାର ଦୂତି । ପ୍ରଥମ ରାଉଣ୍ଡରୁ ହିଁ ଦୂତି ବିଦାୟ ନେଇଛନ୍ତି । ପଂଚମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ । ଏପରିକି ତାଙ୍କ ଟାଇମିଂରେ ମଧ୍ୟ ସେ ଉନ୍ନତି ଆଣି ପାରି ନ ଥିଲେ । ୧୧ ଦଶମିକ ୫୪ ସେକେଣ୍ଡ ଟାଇମିଂ ସହ ଦୌଡ ଶେଷ କରିଥିଲେ । ସାମଗ୍ରିକ ଭାବେ ୪୫ତମ ସ୍ଥାନରେ ରହିଥିଲେ ଦୂତି । ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଦୂତି ବିଫଳ ହୋଇଥିଲେ । ଏଥର ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ସିଧାସଳଖ ଟିକେଟ ମିଳି ନ ଥିଲା । କେବଳ ଉନ୍ନତ ମାନ୍ୟତା ଭିତ୍ତିରେ ସେ ଟୋକିଓ ପାଇଁ ଯୋଗ୍ୟତା ହାସଲ କରିଥିଲେ ।

Comments are closed.