ମାଟ୍ରିକ ପରୀକ୍ଷାରେ ସୋରଡା ବିଧାୟକ

ସୋରଡା – ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ଅଫଲାଇନ ପରୀକ୍ଷା ଦେଉଛନ୍ତି । ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ସୋରଡାରୁ ତିନି ତିନି ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଗରୁ ବିଭିନ୍ନ ବ୍ୟକ୍ତିଗତ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରି ନ ଥିଲେ । ଆଜି ସେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ବିଧାୟକ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଏକ ଆଇସୋଲେସନ ୱାର୍ଡରେ ବସି ପରୀକ୍ଷା ଦେଉଛନ୍ତି ।

Comments are closed.