ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଚତୁର୍ଥ ବିଜୟ, ଶେଷ ପୁଲ୍ ମ୍ୟାଚରେ ଜାପାନକୁ ୫-୩ରେ ହରାଇଲା

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ପୁଲ୍ ମ୍ୟାଚ୍ ରେ ଭାରତର ହକି ଦଳ ଆୟୋଜକ ଜାପାନକୁ ୫-୩ରେ ପରାସ୍ତ କରିଛି | ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ଟି ଜିତି ଦ୍ବିତୀୟ ସ୍ଥାନରେ ରହିଛି ।

ଭାରତ ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି। ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚର ବିଜେତା ଦଳକୁ କ୍ବାର୍ଟରରେ ଭେଟିବ ଭାରତ।

ଏହାପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଦଳ ମଧ୍ୟ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଥିଲା । କ୍ରମାଗତ ତିନୋଟି ପରାଜୟ ପରେ ଦଳର ଏହା ପ୍ରଥମ ବିଜୟ । ଏହି ପ୍ରତୀକ୍ଷିତ ବିଜୟ ସ‌ହ ଭାରତ କ୍ବାର୍ଟର ଆଶା ଉଜ୍ଜୀବିତ ରଖିଛି ।

ଶନିବାର ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବ, ଏହି ମ୍ୟାଚ୍ ପରେ ପରେ ଦଳର କ୍ୱାର୍ଟର ଫାଇନାଲ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଇତିମଧ୍ୟରେ ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଡି ଘୋଷଣା କରିଛନ୍ତି ଯେ ଯଦି ଭାରତୀୟ ହକି ଦଳ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତନ୍ତି, ତେବେ ଦଳରେ ସାମିଲ ରାଜ୍ୟର ପ୍ରତ୍ୟେକ ଖେଳାଳିଙ୍କୁ ଅଢ଼ଇ କୋଟି ଟଙ୍କା ପୁରସ୍କାର ଦିଆଯିବ |

Comments are closed.