ବୌଦ୍ଧ-ଫୁଲବାଣୀ ଗେଟାମୁଣ୍ଡା ଘାଟିରେ ବସ୍ -ଟ୍ରକ ମୁହାଁମୁହିଁ ଧକ୍କା, ୨୩ ଆହତ

ଫୁଲବାଣୀ – ବୌଦ୍ଧ-ଫୁଲବାଣୀ ଗେଟାମୁଣ୍ଡା ଘାଟିରେ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଓ ଚାରିଛକ ଦମକଳ ବାହିନୀ ଦ୍ୱାରା ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ ବୌଦ୍ଧରୁ ବାଲିଗୁଡା ଯାଉଥିବା ବେଳେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ସ୍ଥିତ ଗେଟାମୁଣ୍ଡା ଘାଟି ନିକଟ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏଥିରେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଚାରିଛକ ଦମକଳ ବହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

Comments are closed.