କାଲିଠାରୁ ପୁଣି ଗଡିବ ‘ମୋ ବସ୍‌’

ଭୁବନେଶ୍ୱର- ଆସନ୍ତାକାଲିଠାରୁ ପୁଣି ଗଡିବ ‘ମୋ ବସ୍‌’ । କୋରୋନା କଟକଣା ଯୋଗୁଁ ମୋ ବସ୍ ସେବା ବନ୍ଦ ରହିଥିଲା । ଆସନ୍ତାକାଲି ( ଅଗଷ୍ଟ ୨ ) ଠାରୁ ମୋ ବସ୍ ପୁଣି ଚାଲିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ –କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି । ସୋମବାରଠାରୁ ସମସ୍ତ ୨୫ଟି ରୁଟରେ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏଁ ମୋ ବସ୍ ଚଳାଚଳ କରିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏସବୁ ରୁଟରେ ୧୯୪ଟି ବସ୍ ଚଳପ୍ରଚଳ କରିବ । କୌଣସି ଯାତ୍ରୀ ଛିଡା ହୋଇ ଯିବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବେ । ଯାତ୍ରୀମାନେ ନିଜ ଆଡୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି କ୍ରୁଟ୍ ଜେନେରାଲ ମ୍ୟାନେଜର । ସଟ୍‌ଡାଉନରେ ବସ୍ ଚାଲିବ ନାହିଁ । ସଟଡାଉନରେ କେବଳ ବିମାନବନ୍ଦରରୁ ରେଳ ଷ୍ଟେସନ ଯାଏ ହିଁ ବସ୍ ଚାଲିବ ।

Comments are closed.