ପାଣିପାଗ ବିଭାଗର ପୂର୍ବାନୁମାନ, ଅଗଷ୍ଟ-ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଦ୍ୱିତୀୟାର୍ଦ୍ଧ ତଥା ଅଗଷ୍ଟ ଓ ସେପ୍ଟେମ୍ବରରେ ଦେଶରେ ବର୍ଷା ପରିମାଣ ବଢ଼ି ସ୍ୱାଭାବିକ ସ୍ତରକୁ ଆସିବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ (ଆଇଏମ୍‌ଡି)ବିଭାଗ ।

ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଦୁର୍ବଳ ପଡ଼ିଯିବାରୁ କେନ୍ଦ୍ର ଓ ପୂର୍ବ ଭାରତରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଖରିଫ୍ ଋତୁ ପାଇଁ ଏହି ସମୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥବାରୁ ନିଅଣ୍ଟିଆ ବର୍ଷା ଚାଷୀକୂଳ ପାଇଁ ଚିନ୍ତାର କାରଣ ହୋଇଛି ।

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ମାସରେ ବର୍ଷା ପରିମାଣ ସ୍ୱାଭାବିକ ହେବ ବୋଲି ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବ ଓ କେନ୍ଦ୍ର ଭାରତରେ ବର୍ଷା ପରିମାଣ ସ୍ୱାଭାବିକ କିମ୍ବା ଏହାଠାରୁ ସାମାନ୍ୟ କମ୍ ରହିବ ।

Comments are closed.