ଗିରଫ ଓଏସଏସସିଙ୍କ ପିଏ ବିରଞ୍ଚି ନାରାୟଣ ସାହୁ ଚାକିରିରୁ ସସ୍‌ପେଣ୍ଡ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଯୋଗୁଁ ଗିରଫ ହୋଇଥିବା ଓଡିଶା ଷ୍ଟାଫ୍ ସିଲେକସନ୍ କମିଶନ-ଓଏସଏସସି ସଦସ୍ୟଙ୍କ କୋଟିପତି ପିଏସ୍ ବିରଂଚି ନାରାୟଣ ସାହୁଙ୍କୁ ଚାକିରିରୁ ସସପେଣ୍ଡ୍ କରାଯାଇଛି । ଓଏସଏସସି ଅଧ୍ୟକ୍ଷ ବିରଂଚିଙ୍କୁ ସସପେଣ୍ଡ କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ପାଇଁ ଭିଜିଲାନ୍ସ ବିରଂଚିଙ୍କୁ ଗିରଫ କରିଥିଲା । ଚଢାଉ ବେଳେ ତାଙ୍କର ମୋଟ ୩ କୋଟି ୫୧ ଲକ୍ଷ ଆୟ ବହିର୍ଭୁତ ସଂପତ୍ତି ଥିବା ଜଣାପଡିଥିଲା । ନିଯୁକ୍ତି ସଂପର୍କିତ ଆବେଦନକାରୀଙ୍କ ଆଡମିଟ୍ କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠାବ କରିଥିଲା ଭିଜିଲାନ୍ସ । ବିରଂଚିଙ୍କ ସ୍ତ୍ରୀ ଓ ଶାଳକଙ୍କ ବିରୋଧରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ ।

Comments are closed.