ଅସହ୍ୟ ହେଉଛି ତାତି : ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ , ବୋୖଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା ।

୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବୌଦ୍ଧ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ମାଲକାନଗିରିରେ ୪୧.୬, ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ବଲାଙ୍ଗିର ୪୧.୫, ଅନୁଗୋଳରେ ୪୧.୩, ଭବାନୀପାଟଣାରେ ୪୧, ଝାରସୁଗୁଡ଼ାରେ ୪୦.୮, ନୟାଗଡ଼ରେ ୪୦.୬, ସମ୍ବଲପୁର ଓ ତାଳଚେରରେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ। ତାପାମତ୍ରା ଆହୁରି ବୃଦ୍ଧି ପାଇବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Comments are closed.