ସ୍କ୍ରବ୍ ଟାଇଫସ ମୁକାବିଲା : ବରଗଡ଼ ଯାଇ ସ୍ଥିତି ପରଖିବ ଭିମସାର ଟିମ୍

ସମ୍ବଲପୁର – ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ଚିନ୍ତା ବଢାଇଥିବା ସ୍କ୍ରବ ଟାଇଫସ ରୋଗର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି ଅଣ୍ଟା ସ୍ୱାସ୍ଥ୍ୟ ବିଭାଗ । ସମ୍ବଲପୁର ସ୍ଥିତ ଭିମସାରରୁ ଏକ ମେଡିକାଲ ଟିମ୍ ବରଗଡ଼ ଜିଲ୍ଲା ଗସ୍ତ କରିବ । ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗଡ଼ ଗସ୍ତ କରିବ ।
ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ବ୍ୟାପିବାରେ ଲାଗିଛି । ବରଗଡ ଯିବାକୁ ଥିବା ଟିମ୍‌ରେ କମ୍ୟୁନିଟି ମେଡିସିନ, ମେଡିସିନ ଓ ମାଇକ୍ରୋ ବାୟୋଲୋଜିର ଡାକ୍ତର ଅଛନ୍ତି । ଏହି ଟିମ୍ ସ୍ଥିତିର ଅନୁଧ୍ୟାନ କରି ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପରବର୍ତ୍ତୀ ପଦକ୍ଷେପ ନେବ ।

Comments are closed.