ଗୁଜରାଟ: ୨୪ ନୂଆ ମନ୍ତ୍ରୀଙ୍କ ଶପଥ, ରୂପାନୀ ସରକାରର ସବୁ ମନ୍ତ୍ରୀ ବିଦା

ଗାନ୍ଧିନଗର: ଭୁପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ଗୁଜରାଟ ବିଜେପି ସରକାରର ମନ୍ତ୍ରୀମଣ୍ଡଳର‌ ଆଜି ପୁନର୍ଗଠନ ହୋଇଛି । ଗାନ୍ଧିନଗରର ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସମସ୍ତ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ରାଜେନ୍ଦ୍ର ତ୍ରିବେଦୀ ମଧ୍ୟ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଦଳରେ ତାଙ୍କ ସ୍ଥାନ ଦ୍ବିତୀୟ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ନିମା ଆଚାର୍ଯ୍ୟ ବର୍ତ୍ତମାନ ବିଧାନସଭାର ନୂଆ ବାଚସ୍ପତି ହେବେ।

ମୋଟ ୨୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି ଏବଂ ସମସ୍ତେ ନୂଆ ମୁହଁ। ‘ନୋ ରିପିଟ୍’ ଫର୍ମୁଲା ଅନୁଯାୟୀ ବିଜୟ ରୂପାନି ସରକାରର ସମସ୍ତ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ନୂତନ ମନ୍ତ୍ରୀମଣ୍ଡଳୟରେ ୧୦ କ୍ୟାବିନେଟ ଓ ୧୪ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ପୁରୁଣା ମନ୍ତ୍ରୀଙ୍କୁ ବିଦା କରାଯାଇଥିବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିବା ଚର୍ଚ୍ଚା ହେଉଛି ।

Comments are closed.