ଉତ୍ତର ପ୍ରଦେଶ ନିର୍ବାଚନ: ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କ ସମେତ ବିଜେପିର ୨୫ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ୧୦୫ଟି ଆସନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିମଧ୍ୟରୁ ସମୁଦାୟ ୨୫ ଜଣ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି। ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ ଦଳ ଏହି ପ୍ରାର୍ଥୀଙ୍କ ନାମ ଉତ୍ତର ପ୍ରଦେଶ ବିଜେପି ୱେବସାଇଟରେ ପ୍ରକାଶ କରିଛି। ଅପରାଧିକ ମାମଲା ଥିବା ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଅଛନ୍ତି। କେଶବ ପ୍ରସାଦ ମୌର୍ଯ୍ୟଙ୍କ ବ୍ୟତୀତ ବିଜନୋର ନଜୀବବାଦ୍‌ ଆସନରୁ ପ୍ରାର୍ଥୀ ଥିବା କଓ୍ବଁର ଭାରତେନ୍ଦୁ ସିଂ, ଥାନାଭବନ ଆସନ ପ୍ରାର୍ଥୀ ସୁରେଶ ରାଣା, ମୁଜାଫରନଗରର ପ୍ରାର୍ଥୀ କପିଲ ଦେବ ଅଗ୍ରୱାଲ, ମେରଟ ସିଟି ପ୍ରାର୍ଥୀ କମଲ ଦତ୍ତ ଶର୍ମା ମଧ୍ୟଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ।

ଯଦି କୌଣସି ଦଳ ଅପରାଧିକ ମାମଲା ଥିବା ପ୍ରାର୍ଥୀ ଚୟନ କରନ୍ତି, ତେବେ ସୋସିଆଲ ମିଡିଆ, ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ କିମ୍ବା ସମ୍ପୃକ୍ତ ଦଳର ୱେବସାଇଟରେ ଏହାର ବିବରଣୀ ଦେବାକୁ ପଡିବ।

Comments are closed.