ହୀରାକୁଦର ମୋଟ ୨୬ ଗେଟ ଖୋଲିଲା, ସମ୍ବଲପୁର ସହରକୁ ବନ୍ୟା ଆଶଙ୍କା

ସମ୍ବଲପୁର: ଉପରମୁଣ୍ଡରୁ ହୀରାକୁଦକୁ ବର୍ତ୍ତମାନ ୪. ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କଲାଣି। ଫଳରେ ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆଉ ୪ଟି ଗେଟ ଖୋଲିଛନ୍ତି। ବର୍ତ୍ତମାନ ମୋଟ ୨୬ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେପଟେ ୨୬ ଗେଟ ଖୋଲିବା ପରେ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଘାରିଲାଣି।

ଗତକାଲି ସୁଦ୍ଧା ଉପରମୁଣ୍ଡରେ ହାରାହାରି ୭୩ ମିମି ବର୍ଷା ରେକର୍ଡ ହୋଇଥିଲା। ଫଳରେ ଏହା ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳସ୍ତର ୬୨୭.୯୫ ଫୁଟ ରେ ପହଞ୍ଚିଥିବା ବେଳେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସ୍ଥିତିକୁ ଦେଖି ୨୬ ଗେଟ ଖୋଲାଯାଇଥିବାରୁ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଦେଖାଦେଲାଣି। ବିଶେଷ କରି ତଳି ଅଞ୍ଚଳକୁ ଅଧିକ ଭୟ ରହିଥିବାରୁ ଲୋକେ ସ୍ଥାନାନ୍ତର ଯୋଜନାରେ ଅଛନ୍ତି।

Comments are closed.