ଆଇଆଇଟି ମାଡ୍ରାସରେ ଆଉ ୨୮ ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୭୧କୁ ବୃଦ୍ଧି

ଚେନ୍ନାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସରେ କରୋନା ବିସ୍ଫୋରଣ ଜାରି ରହିଛି । ସଦ୍ୟତମ ସୂଚନା ଅନୁଯାୟୀ, ଅନୁଷ୍ଠାନରେ ଆଉ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଏହି ଅନୁଷ୍ଠାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୧ କୁ ବୃଦ୍ଧି ପାଇଛି। ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଆଇଆଇଟି ମାଡ୍ରାସରେ ପ୍ରାୟ ପାଞ୍ଚ ହଜାର କରୋନା ନମୁନା ନିଆଯାଇଛି। ଏଥିମଧ୍ୟରୁ ୧୭୧ ଜଣ ଲୋକ ଗୁରୁବାର ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ରାଜ୍ୟ ସରକାରଙ୍କ କହିବାନୁସାରେ, ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି ଏବଂ କୌଣସି ମାମଲାରେ ନୂଆ ଭାରିଆଣ୍ଟର ନମୁନା ମିଳିନାହିଁ | ସମସ୍ତ ସଂକ୍ରମିତ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି। ସୂଚନା ଅନୁଯାୟୀ, ବୁଧବାର ଅନୁଷ୍ଠାନରେ ୩୩ ଟି ନୂଆ ସଂକ୍ରମଣ ମାମଲା ରୁଜୁ ହୋଇଥିଲା।

Comments are closed.