କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜ୍ୟର ତିନି ପୌରସଂସ୍ଥାକୁ ନୀତି ଆୟୋଗର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର- କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ରାଜ୍ୟର ତିନିଟି ପୌରସଂସ୍ଥା ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏ ଦିଗରେ ଢେଙ୍କାନାଳ, କେନ୍ଦୁଝର ଓ ପାରାଦୀପ ପୌରସଂସ୍ଥାର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛି ନୀତି ଆୟୋଗ ।

‘ବେଷ୍ଟ ପ୍ରାକ୍ଟିସେସ୍ ଇନ୍ ମ୍ୟୁନିସିପାଲ୍ ସଲିଡ୍ ୱେଷ୍ଟ ମ୍ୟାନେଜମ୍ୟାଂଟ’ ରିପୋର୍ଟରେ ରାଜ୍ୟର ଉପରୋକ୍ତ ମ୍ୟୁନିସିପାଲିଟିଗୁଡିକୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଶଂସା କରିଛି ନୀତି ଆୟୋଗ । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିକେନ୍ଦ୍ରୀକରଣ ନୀତି, ଗୋଷ୍ଠୀ ସହଭାଗିତାକୁ ପ୍ରଶଂସା କରାଯାଇଛି ।

ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଢେଙ୍କାନାଳ ପୌରସଂସ୍ଥାର ସ୍ୱୟଂ ସହାୟକ ଗୋଷ୍ଠୀର ସଂପୃକ୍ତିକୁ ପ୍ରଶଂସା କରିଛି ନୀତି ଆୟୋଗ । ଏସଏଚଜି ଗୁଡିକ ବର୍ଜ୍ୟବସ୍ତୁ କେନ୍ଦ୍ରକୁ ସଂପତ୍ତି କେନ୍ଦ୍ରରେ ପରିଣତ କରିପାରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଏହାଛଡା କେନ୍ଦୁଝର ପୌରସଂସ୍ଥାର ଅଭିନବ ଜ୍ଞାନକୌଶଳର ପ୍ରୟୋଗ ଓ ପାରାଦୀପ ପୌରସଂସ୍ଥାର ମହିଳା ଓ ତୃତୀୟ ଲିଙ୍ଗୀଙ୍କ ସଂପୃକ୍ତିକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛି ନୀତି ଆୟୋଗ ।

Comments are closed.