ତେଲେଙ୍ଗାନା: ମଧ୍ୟାହ୍ନ ଭୋଜନ ଖାଇ ୩୨ ସ୍କୁଲ୍ ଛାତ୍ର ଅସୁସ୍ଥ

କରିମନଗର: ଶୁକ୍ରବାର ଦିନ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୩୨ ଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଏଓ) ଡ ଏ.ରବୀନ୍ଦର ରେଡ୍ଡୀ କହିଛନ୍ତି ଯେ ନିର୍ମଲ ଜିଲ୍ଲାର ଡିମାଦୂର୍ଥୀ ଗ୍ରାମରେ ଥିବା ମଣ୍ଡଳ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୧୧୪ ଜଣ ଛାତ୍ର ମଧ୍ୟାହ୍ନ ଭୋଜନ ଖାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୨ ଜଣ ଅସୁସ୍ଥ ହୋଇପଡିଥିଲେ। ୩୨ ଜଣ ଛାତ୍ରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଡିଏଓ କହିଛି ଯେ ସେମାନଙ୍କ ମଧ୍ୟରୁ ୧୨ ଜଣ ନିରୀକ୍ଷଣରେ ଅଛନ୍ତି ଏବଂ ବିପଦମୁକ୍ତ ହୋଇଛନ୍ତି। ଡିଏଓଙ୍କ ରିପୋର୍ଟ ଆଧାରରେ ଜିଲ୍ଲା କଲେକ୍ଟର ମୁଶରଫ ଫାରୁକି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥା ସହ ଚୁକ୍ତି ବାତିଲ କରାଯାଇଛି ବୋଲି ଡିଏଓ କହିଛନ୍ତି।

Comments are closed.