ଧାନ ବିଲରେ ଦଳିଦେଲା ଦନ୍ତା , ୨ ଚାଷୀ ମୃତ

ଖୋର୍ଦ୍ଧା – ପୁଣି ହାତୀ ଆକ୍ରମଣରେ ଯାଇଛି ଜୀବନ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଜରିଟାପୁ ଗାଁରେ ଦୁଇ ଜଣଙ୍କୁ ଦଳି ଦେଇଛି ଦନ୍ତା । ମୃତକ ହେଲେ କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା। ହାତୀ ପଲ ପାଚିଲା ଧାନ ନଷ୍ଟ କରି ଦେଉଥିବାରୁ ବିଳମ୍ବିତ ରାତିରେ ଚାଷୀ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଧାନ ବିଲକୁ ଜଗିବାକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ଆଜି ସକାଳେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧରଙ୍କ ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ପରିବାର ଲୋକ ଓ ବନ ବିଭାଗକୁ ସେମାନେ ସୂଚନା ଦେଇଥିଲେ । ଟାଙ୍ଗୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।

Comments are closed.