ଯୁକ୍ତ ତିନି ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ବର – ରାଜ୍ଯରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ ୩ରେ ନାମଲେଖା ପାଇଁ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରକାଶ ପାଇଛି।

ନୂଆ କାର୍ଯ୍ଯସୂଚୀ ଅନୁଯାୟୀ, ଅନଲାଇନ ସିଏଏଫ ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୃଦ୍ଧି କରାଯାଇଛି। ଯୁକ୍ତ ୩ ପ୍ରଥମ ପର୍ଯ୍ଯାୟ ନାମଲେଖା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ଯରେ ହେବାକୁ ଥିବାବେଳେ ଏବେ ଏହା ସେପ୍ଟେମ୍ବ ୭ରୁ ୧୧ ତାରିଖ ଯାଏଁ ହେବ ।

ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ସ୍ଥି କରାଯାଇଥିବା ବେଳେ ଏହାକୁ ସେପ୍ଟେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି।

ପୂର୍ବ ସୂଚନା ଅନୁଯାୟୀ ସ୍ପଟ ସିଲେକ୍ସନ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା। ଏବେ ତାହା ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ଏସଏଏମଏସ ୱେବସାଇଟ ww.samsodisha.gov.inରେ ଉପଲବ୍ଧ ରହିଛି।

Comments are closed.