ବ୍ରହ୍ମପୁର: ବ୍ରହ୍ମପୁର ସହରର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଆସୁଛି କନିଷ୍ଠ ଛାତ୍ରୀଙ୍କୁ ରାଗିଂ ବା ନିର୍ଯାତନା ଅଭିଯୋଗ। ସରକାରୀ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରେ ଏବେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର୍ କଲେଜରେ ରାଗିଂ ଘଟଣା ସାମନାକୁ ଆସିଛି। ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କ ନିକଟରେ ରାଗିଂ ନେଇ ଅଭିଯୋଗ କରିଛନ୍ତି। ତାଙ୍କୁ ଛାତ୍ରଙ୍କ ଦ୍ବାରା ପିଚ୍ଛା କରାଯାଉଥିବା, ଅଶ୍ଲୀଳ ଗାଳିଗୁଲଜ କରାଯାଉଥିବା, ଏପରିକି ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରାଯାଉଥିବା ସେ ଦର୍ଶାଇଛନ୍ତି। ଭୟରେ ସେ କଲେଜ ଆସିବାକୁ ସାହାସ କରିପାରୁ ନଥିବା ଉଲ୍ଲେଖ କରିଛନ୍ତି। ଏବେ କଲେଜ ଆଣ୍ଟି ରାଗିଂ କମିଟି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ. ଆର୍.ଏନ୍. ନାୟକ କହିଛନ୍ତି ଯେ ଯାଞ୍ଚ ରିପୋର୍ଟକୁ ଆଧାର କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ କଲେଜ ସମ୍ମୁଖରେ ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତାମାନେ ରାଗିଂ ବିରୋଧରେ ସଚେତନତା ସୃଷ୍ଟି କରିଛନ୍ତି।
Comments are closed.