୩୦୦ ଫୁଟ ଖାଇକୁ ଖସିଲା ବସ୍, ୩୬ ମୃତ

ଡୋଡା: ଏକ ଯାତ୍ରୀବାହୀ ବସ୍ ବୁଧବାର ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ୩୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି ।

ଜମ୍ମୁ ବିଭାଗୀୟ କମିଶନର ରମେଶ କୁମାରଙ୍କ ସୂଚନା ମୁତାବକ ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ବସ୍ ବଟୋଟେ-କିସ୍ତଓ୍ବାଡା ଜାତୀୟ ରାଜପଥର ଟ୍ରୁଙ୍ଗାଲ-ଆସାର ନିକଟ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ୩୦୦ ଫୁଟ ତଳକୁ ଖସିପଡିଥିଲା।

ସେ କହିଛନ୍ତି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କିଛି ମୃତଦେହ ଉଦ୍ଧାର କରାଯାଇଛି।

Comments are closed.