ବାଣ କାରଖାନାରେ ଅଗ୍ନିକାଣ୍ଡ, ୪ମୃତ, ୮ ଆହତ

ଚେନ୍ନାଇ: ତାମିଲନାଡୁର ବାଣ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଦେଇ ପୋଲିସ କହିଛି ଯେ ଏହି ଘଟଣାରେ ଚାରି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୮ ଜଣ ଆହତ ହୋଇଛନ୍ତି।

ତାମିଲନାଡୁର ବିରୁଧୁନଗର ଜିଲ୍ଲାର ପୁଡୁପଟ୍ଟିରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କାରଖାନା ଏଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ଅବସ୍ଥିତ ଏବଂ ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ଦୁର୍ଘଟଣାର କାରଣ କ’ଣ ସେନେଇ ଯାଞ୍ଚ୍ କରାଯାଉଛି ।

Comments are closed.