ଆସାମର ଡିମା ହାସାଓରେ ସାତଟି ଟ୍ରକ୍ ପୋଡ଼ି ଦେଲେ ଡିଏନ୍ଏଲ୍ଏ ଉଗ୍ରବାଦୀ, ପାଞ୍ଚ ମୃତ

ଗୁଆହାଟି: ଆସାମର ଡିମା ହାସାଓ ଜିଲ୍ଲାରେ ଉଗ୍ରବାଦୀମାନେ ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ସନ୍ଦିଗ୍ଧ ଉଗ୍ରବାଦୀ ଗତକାଲି ରାତିରେ ଡିମା ହାସାଓ ଜିଲ୍ଲାର ଡିଆଙ୍ଗବ୍ରା ଠାରେ ଏହି କାଣ୍ଡ ଘଟାଇଥିଲେ। ଏହି ଘଟଣାରେ ଉଗ୍ରବାଦୀ ସାତୋଟି ଟ୍ରକକୁ ଜାଳି ଦେଇଥିଲେ । ଏଥିରେ ପାଞ୍ଚ ଜଣ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଘଟଣାସ୍ଥଳରେ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।

ଏହି ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ଏହି ଘଟଣା ଡିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରୋଡରେ ଘଟିଛି ଯେଉଁଥିରେ ସନ୍ଦିଗ୍ଧମାନେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ।

ଆସାମ ପୋଲିସ କହିଛି ଯେ ଏହି ଘଟଣାରେ ଡିଏନ୍ଏଲ୍ଏ ଉଗ୍ରବାଦୀଙ୍କ ହାତ ରହିଛି । ଜିଲ୍ଲାର ଏସପି କହିଛନ୍ତି ଯେ ଘଟଣା ପରେ ଆସାମ ରାଇଫଲ୍ସ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଦୋଷୀଙ୍କୁ ଧରିବା ପାଇଁ ଆମେ ଆସାମ ରାଇଫଲ୍ସର ସାହାଯ୍ୟ ନେଉଛୁ ଏବଂ ଏହି ସମଗ୍ର ଅଞ୍ଚଳରେ ବ୍ୟାପକ ଅନୁସନ୍ଧାନ କରୁଛୁ ବୋଲି ସେ କହିଛନ୍ତି।

Comments are closed.